ଯାଜପୁର: ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ବୁଢା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ସୂଚନା ମୁତାବକ, ଆଜି ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୯.୫୬ ଥିବା ଜଣାଯାଇଛି । ଏଠାରେ ବିପଦ ସଙ୍କେତ ୧୭.୮୩ ଟପିଛି । ଆଖୁଆପଦାରେ ଗତକାଲି ରାତି ୧୦ଟା ସୁଦ୍ଧା ଜଳସ୍ତର ୧୯.୦୩ ମିଟରରେ ପହଞ୍ଚିଥିଲା । ଯାଜପୁର ଜିଲ୍ଲାର ଯାଜପୁର, କରୋଇ ଓ ଦଶରଥପୁର ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ସବୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଥିବାର ଖବର ମିଳିଛି । ଗତକାଲି ଜିଲ୍ଲାପାଳ ଏବଂ ଏସପି ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲା ସାହି ବନ୍ଧ ପରିଦର୍ଶନ କରିଥିଲେ । ବିଂଝାପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ବର୍ଷାଜଳ ଘରେ ପଶି ଯାଇଥିବା ବେଳେ କରୋଇ ବ୍ଲକର ଚାଷଜମି ଓ ଗାଁ ରେ ପାଣି ଜମି ରହିଛି । କେତେକ ସ୍ଥାନରେ ଘରକାନ୍ଥ ଭାଙ୍ଗିଯାଇଛି । ବନ୍ୟା ମୁକାବିଲା ପାଇଁ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଦ୍ରୁତ ଗତିରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ମୁକାବିଲା ପାଇଁ ସମସ୍ତ ଅଗ୍ନଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ କୋରେଇରେ ୫ଟି, ଯାଜପୁରରେ ୨ଟି, ଦଶରଥପୁରରେ ୪ଟି ଓ ବିଂଝାପୁରରେ ୨ଟି ବୋଟ୍ ପ୍ରସ୍ତୁତ ରହିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0