ଯାଜପୁର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ । ଯାଜପୁର ବଡଚଣା ବ୍ଲକ ଚଣ୍ଡିଖୋଲ ପରିବହନ କାର୍ଯ୍ୟାଳୟ ନାଁରେ ଆସିଛି ଏହି ଅଭିଯୋଗ । ଲାଇସେନ୍ସ ପାଇଁ ଆରଟିଓ ଦୌଡି ହଟହଟା ହୋଇଛନ୍ତି ଶିକ୍ଷକ । ବଡଚଣା ବ୍ଲକ କୁନ୍ଦଳ ଗ୍ରାମର ଶିକ୍ଷକ ବିରବର ମହାରଣା ନିଜର ଦୁଇ ଚକିଆ ଲାଇସେନ୍ସ ପାଇଁ ଗତ ମାର୍ଚ୍ଚ ମାସରେ ଦେଇଥିଲେ ପରୀକ୍ଷା । ପରୀକ୍ଷାରେ ପାସ୍ କରିବା ପରେ ଆରଟିଓ କର୍ମଚାରୀ ଗୋଟିଏ ରେଜଷ୍ଟରରେ ତାଙ୍କ ଦସ୍ତଖତ ରଖିଥିଲେ । ମାସେରୁ ଦେଢମାସ ଭିତରେ ଲାଇସେନ୍ସ ଘରେ ପହଞ୍ଚି ଯିବ ବୋଲି ମଧ୍ୟ କହିଥିଲେ । ଦୀର୍ଘ ନଅ ମାସ ବିତିଯିବା ପରେ ମଧ୍ୟ ଲାଇସେନ୍ସ ନ ମିଳିବାରୁ ସେ ଆରଟିଓକୁ ବୁଝିବାକୁ ଯାଇଥିଲେ । ମାତ୍ର ସେଠାରେ ସେ ଜାଣିବାକୁ ପାଇଥିଲେ ସେ ନଭେମ୍ବର ମାସରେ ଲାଇସେନ୍ସ ପରୀକ୍ଷାରେ ଫେଲ ହୋଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ମାର୍ଚ୍ଚରେ ପାସ୍ ହେବା ପରେ ନଭେମ୍ବରରେ ସେ କେମିତି ଫେଲ ହେଲେ? ପ୍ରତ୍ୟେକ ପାସ୍ କରିଥିବା ବ୍ୟକ୍ତିଙ୍କ ଡକୁ୍ୟମେଣ୍ଟ ପଛରେ ବି,ପି, ଟି, ଏସ, ଆର ଭଳି ଅନେକ ସଙ୍କେତ ରହିଛି । ଯାହା ପାଇଁ ଜାଲିଆତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । ବିନା ହାତ ଗୁଞ୍ଜାରେ ଏଠି କାହାରିକୁ ବି ପାସ୍ କରାଯାଉ ନାହିଁ । ସବୁଠାରୁ ବଡ କଥା ରାଜ୍ୟ ସରକାର ୫ଟି ଓ ମୋ ସରକାର ଭଳି ଯୋଜନା କରୁଥିବା ବେଳେ ଆରଟିଓ ଅଫିସରେ ଏପରି କାର୍ଯ୍ୟକଳାପ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0