ଯାଜପୁର ଜିଲ୍ଲାର ଅନେକ ଅଂଚଳ ଏବେ ବନ୍ୟା ଘେରରେ । ଏହାରି ଭିତରେ ବନ୍ୟା କମିବା ପାଇଁ ଲୋକେ କରିଛନ୍ତି ଜଳ ଆଳତୀ । ଯାଜପୁର ବ୍ଲକ ବଡ ସୁଆର ପଂଚାୟତରେ ବନ୍ୟା ବିପନ୍ନ ଲୋକେ ନଦୀକୁ ପୂଜା କରୁଥିବା ଦେଖିବାକୁ ମିଳିଛି । ଶଂଖ ବଜାଇ, ହୁଳହୁଳି ପକାଇ ଚାଲିଛି ପୂଜା । ବନ୍ୟା ସମୟରେ ନଦୀକୁ ପୂଜା କଲେ ବନ୍ୟା କୋପ କମିବ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ସେଥିପାଇଁ ବଡସୁଆର ଗାଁର ମହିଳା ଏକାଠି ହୋଇ ସ୍ଥାନୀୟ ଖରସ୍ରୋତା ନଦୀରେ ବନ୍ଦାପନା କରିଛନ୍ତି । ସେପଟେ, ବନ୍ୟା ପାଣିକୁ କରାଯାଉଛି ପାନୀୟ ଉପ ଯୋଗୀ । ଯାଜପୁର ବରି ଅଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏଭଳି ଉପାୟ ଅବଲଂବନ କରିଛି ପ୍ରଶାସନ । ଘଂଟାକୁ ପ୍ରାୟ ୨ ହଜାର ଲିଟର ପିଇବା ପାଣି ଏହି ପ୍ରକ୍ରିୟାରେ ପ୍ରସ୍ତୁତ ହୋଇପାରୁଛି । ଏହି ପାଣି ୧୦୦ ପ୍ରତିଶତ ପିଇବା ଉପ ଯୋଗୀ ବୋଲି କହିଛନ୍ତି ବୈଷୟିକ ବିଶେଷଜ୍ଞ ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0