ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସମ୍ପାଦକ ଜୟ ଶାହ ଏସିସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡର ମୁଖ୍ୟ ନାଜମୁଲ ହାସନ ପାପୋନ ଏହି ପଦରେ ନିର୍ବାଚିତ ହୋଇଥିଲେ । ଏନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମାଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଜୟ ଶାହଙ୍କ ନେତୃତ୍ୱରେ ଏସିସି ସଫଳତାର ଶୀର୍ଷକୁ ଛୁଇଁବ ଓ ଏସିଆର କ୍ରିକେଟରମାନେ ନିଶ୍ଚିତ ଲାଭବାନ ହୋଇପାରିବେ ବୋଲି ଟ୍ୱିଟ କରି କହିଛନ୍ତି । ଅନ୍ୟପଟେ ଏସିଆ କପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଏସିସିକୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ । କୋଭିଡ-୧୯ ପାଇଁ ଏସିଆ କପର ୨୦୨୦ ସଂସ୍କରଣ ଆସନ୍ତା ଜୁନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ପାକିସ୍ତାନ ଏସିଆ କପ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଆୟୋଜନ ହେବାର ସୂଚନା ମିଳିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0