spot_img

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବସ୍ ବ୍ୟବସ୍ଥା

ବ୍ରହ୍ମପୁର:ଜେଇଇ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ଳାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସର ବ୍ୟବସ୍ଥା କରାଯାଇଛି । ଏହି ବସଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଏପରି କରାଯାଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । କୁଲାଙ୍ଗେ କହିଛନ୍ତି ଯେ, ଜେଇଇ ପରୀକ୍ଷାର୍ଥୀଙ୍କ ଜେଇଇ ପୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ବ୍ୟବସ୍ଥା କରାଯାଇଛି । ଅସନ୍ତା କାଲି ଦିନ ୧୨ ଟା ୩୦ରେ ବ୍ରହ୍ମପୁର ଆଇଟିଆଇ ରୁ ଭୁବନେଶ୍ୱରକୁ ବସ୍ ଛାଡିବା ସୁବିଧା ନେବାକୁ ଇଛୁକ ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଫୋନ କରିବେ । ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବାକୁ ୦୯୪୩୮୨୯୩୯୦୯ ଫୋନ ନମ୍ବର ଦିଆଯାଇଛି । ୩୦ ଅଗଷ୍ଟ ସନ୍ଧ୍ୟା ୮ଟା ଯାଏ ନୋଡାଲ ଅଧିକାରଙ୍କୁ କଲ କରିହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular