spot_img

ଆଜିଠୁ ୭ ଦିନ ବନ୍ଦ ରହିବ ଝାରସୁଗୁଡା

ଝାରସୁଗୁଡ଼ା: ଗତ କିଛିଦିନ ହେବ ଝାରସୁଗୁଡ଼ାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ୭ ଦିନ ବନ୍ଦ ରଖିବାକୁ ପଦକ୍ଷେପ ନେଇଛି ପ୍ରଶାସନ । ଝାରସୁଗୁଡାର ସମସ୍ତ ଦୋକାନ ବଜାର ଆଜିଠାରୁ ୭ଦିନ ପାଇଁ ବନ୍ଦ ରହିବ । ଏ ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ବଣିକ ସଙ୍ଘ । ବନ୍ଦ ସମୟରେ କେବଳ ପନିପରିବା ଦୋକାନ, ଗ୍ରୋସୋରୀ ଦୋକାନ ଓ ମାଛମାଂସ ଦୋକାନ ସକାଳ ୭ରୁ ୧୨ଟା ଯାଏଁ ଖୋଲା ରହିବ । ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ବଣିକ ସଙ୍ଘ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଏନେଇ ଦୋକାନୀଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଭାବିତ ଦୋକାନୀଙ୍କୁ ପ୍ରଶାସନ ତରଫରୁ ୨୫୦୦ ଟଙ୍କା ସହାୟତା ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଝାରସୁଗୁଡା ଜ଼ିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ବେହେରାମାଲ, ସରବାହାଲ, ପୁରୁଣାବସ୍ତି ଏବଂ ଏକାତାଲି ଅଂଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି । ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular