ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆ ପରେ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ଅସୀମିତ ପ୍ଲାନ ଗୁଡ଼ିକର ଦର ବୃଦ୍ଧି କରିଛି। ନୂତନ ବେସ୍ ପ୍ଲାନ୍ ବର୍ତ୍ତମାନ ୭୫ ଟଙ୍କା ବଦଳରେ ୯୧ ଟଙ୍କାରୁ ଆରମ୍ଭ ହେବ। ଏଥିରେ ମାସିକ ୩ଜିବି ମାସିକ ଇଣ୍ଟରନେଟ୍ ଡାଟା ଏବଂ ୫୦ SMS ସୁବିଧା ରହିବ। ଏହାର ବୈଧତା ୨୮ ଦିନ ରହିବ। ତଥାପି ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ମାସିକିଆ ପ୍ଲାନ୍ ଠାରୁ ଟିକେ ସସ୍ତା ରହିବ। କାରଣ ଉଭୟଙ୍କର ଯଥାକ୍ରମେ ୯୯ ଟଙ୍କା ପ୍ଲାନ ରହୁଛି। ପୂର୍ବରୁ ଏୟାରଟେଲ ଏବଂ ଭୋଡାଫୋନ୍ ପ୍ରିପେଡ ପ୍ଲାନ ଦର ବୃଦ୍ଧି କରିଥିଲେ। ସେମାନଙ୍କ ଭଳି ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ଲାନ ମୂଲ୍ୟ ପ୍ରାୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି। ଏକ ପ୍ରେସ ନୋଟରେ ରିଲାଏନ୍ସ ଜିଓ କହିଛନ୍ତି ଯେ, ନୂତନ ଅସୀମିତ ଯୋଜନା ଡିସେମ୍ବର୧ ରୁ ଲାଗୁ ହେବ। ସେହିପରି ବେସ୍ ପ୍ଲାନ ଟାରିଫ ମୂଲ୍ୟ ୯୧ ଟଙ୍କା ହେବା ପରେ ପୁରୁଣା ୧୨୯ ଟଙ୍କା ପ୍ରିପେଡ୍ ପ୍ଲାନର ମୂଲ୍ୟ ୧୫୫ ଟଙ୍କାକୁ ବୃଦ୍ଧି ପାଇଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0