ପ୍ରସିଦ୍ଧ ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ପୁଣି ଥରେ ଟ୍ରୋଲ୍ କରାଯାଉଛି। କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ସେ ଏକ ପୋଷ୍ଟ ଲେଖି କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ। ବର୍ତ୍ତମାନ ସବ୍ୟସାଚୀ ତାଙ୍କ ଜୁଏଲେରୀ କଲେକ୍ସନର ଏକ ନୂଆ ବିଜ୍ଞାପନ ପୋଷ୍ଟର ସେୟାର କରିଛନ୍ତି। ଏହି ଅଳଙ୍କାରରେ ହୀରା, ମୋତି, ପନ୍ନା ଏବଂ ଆକ୍ୱାମରିନ୍ ଷ୍ଟୋନ୍ ବ୍ୟବହାର କରାଯାଇଛି । ଜୁଏଲେରୀ କଲେକ୍ସନର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ସାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର କ୍ୟାରୀ କରିଛନ୍ତି। ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି। ତାଙ୍କ ମୁହଁରେ ଖୁସିର ଏକ୍ସପ୍ରେସନ୍ ନାହିଁ । ଯେଉଁଥିପାଇଁ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0