ବାଣପୁର: ପୋଲିସ-ଅବକାରୀ-ପ୍ରଶାସନ ର ଜଏଣ୍ଟ୍ ରେଡ୍ , ଜବତ ହେଲା ୮ ହଜାର ଲିଟର ପୋଚ l ବାଲୁଗାଁ ଝଊଚଙ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ-ଅଧିକ୍ଷିକା ସୁମିତ୍ରା ଓରାମ ,ସ୍ଥାନୀୟ ପ୍ରଶାସନ ଏବଂ ବାଣପୁର ଥାନା ଓ ଅବକାରୀ ବିଭାଗ ପକ୍ଷରୁ ବାଣପୁର ସ୍ଥିତ ଦାମିଆ ଓ ବରବରା ଜଙ୍ଗଲ ମଧ୍ୟରେ ଥିବା ଚୋରା ମଦ କାରଖାନା ଉପରେ ଜଏଣ୍ଟ୍ ରେଡ୍ ହୋଇଥିଲା । ଚଢାଉ ସମୟରେ ମୋଟ ୧୬ ଟି ଭାଟିରୁ ପାଖାପାଖି ୮ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରି ଦିଆ ଯାଇଛି। ହେଲେ କାହାରିକି ଅର୍ଥାତ ଜଣଙ୍କୁ ବି ଗିରଫ କରିବାରେ ସକ୍ଷମ ହୋଇ ପାରି ନିହାଁନ୍ତି । ଜଙ୍ଗଲ ଓ ପାହାଡିଆ ଅଞ୍ଚଳ ହୋଇ ଥିବାରୁ ଚୋରା ମଦ ମାଫିଆ ମାନେ ଖସି ଯାଇଛନ୍ତି । ଚଢାଉରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଭୁବନେଶ୍ବର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ, ବାଣପୁର ଥାନା ଏସଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ଏଏସଆଇ ଶ୍ରୀନିବାସ ପ୍ରଧାନ ସମେତ ତିନି ପ୍ଲାଟୁନ ଫୋର୍ସ ସାମିଲ ଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0