spot_img

ଏୟାରପୋର୍ଟରେ ହଜିଗଲା ଅଭିନେତ୍ରୀଙ୍କ ଡ଼ାଇମଣ୍ଡ କାନଫୁଲ

ମୁମ୍ବାଇ: ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଟ୍ୱିଟ । ମୁମ୍ବାଇ ବିମାନବନ୍ଦରରେ ତାଙ୍କର ଏକ ହୀରା କାନଫୁଲ ହଜିଯାଇଛି । ଯେଉଁଥିପାଇଁ ସେ ଟ୍ୱିଟ କରି ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି । ସେ ନିବେଦନ କରିବା ସହ ଏହା ମଧ୍ୟ କହିଛନ୍ତି ଯିଏ ସେ କାନଫୁଲ ଖୋଜି ଫେରାଇବ ତାଙ୍କ ଉଚିତ ପୁରସ୍କାର ଦିଆଯିବ ।

ଜୁହି ମୁମ୍ବାଇର ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟ ଟି୨ ଗେଟରେ ଯାଉଥିଲେ । ଏହି ସମୟରେ ତାଙ୍କ ଅଜଣାତରେ କାନ ଫୁଲଟି କେଉଁଟି ଖସିପଡ଼ିଥିଲା । ଯଦି କେହି ବ୍ୟକ୍ତି ଖୋଜିବାରେ ସାହାଯ୍ୟ କରନ୍ତି ତେବେ ସେ ବହୁତ ଖୁସି ହେବେ । ସେ ଏହା ମଧ୍ୟ କହିଛନ୍ତି ଏହି ଇଅରରିଙ୍ଗକୁ ସେ ୧୫ ବର୍ଷ ଧରି ପିନ୍ଧୁ ଥିଲେ ।

ଯାହା ତାଙ୍କର ମ୍ୟାଚିଙ୍ଗ ପିସ ଅଟେ । ଯେଉଁଥିପାଇଁ ସେ ଆଉ ଏକ ପିସର ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ଜୁହିଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular