ନବନିଯୁକ୍ତ ରାଜ୍ୟସଭା ସାଂସଦ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଉଚ୍ଚ ନ୍ୟୟାଳୟର ସଦସ୍ୟ ଭାବେ କୌଣସି ବେତନ କିମ୍ବା ଭତ୍ତା ନେଉନାହାନ୍ତି । ଇଣ୍ଡିଆ ଟୁଡ଼େ ପକ୍ଷରୁ ଦାୟର (ଆରଟିଆଇ) ଅନୁସାରେ ମଗାଯାଇଥିବା ତଥ୍ୟରେ ରାଜ୍ୟସଭା ଏହି ତଥ୍ୟ ପ୍ରଦାନ କରିଛି । ମାର୍ଚ୍ଚ ୨୦୨୦ରେ ଭାରତର ପୂର୍ବ ମୁଖ୍ୟ ନ୍ୟୟ।।ଧୀଶ ରଞ୍ଜନ ଗୋଗୋଇଙ୍କୁ ସଂସଦରେ ସାମିଲ କରାଯାଇଥିଲା । ଏନେଇ ଗୋଗୋଇଙ୍କୁ ପଚାରାଯିବାରୁ ସେ ରାଜ୍ୟସଭା ମହାସଚିବଙ୍କୁ ୨୪, ମାର୍ଚ ୨୦୨୦ରେ ଲେଖିଥିବା ଚିଠିକୁ ପଠାଇ ଦେଇଥିଲେ । ଏହି ଚିଠିରେ ସେ ଔପଚାରିକ ରୂପରେ ଉଚ୍ଚ ସଦନର ବେତନ ଓ ଭତ୍ତାର ଲାଭ ନଉଠାଇବାର କାରଣ କହିଥିଲେ । ଚିଠିରେ ସେ ଉଲ୍ଲେଖ କରିଛନ୍ତି କି ସେ ବେତନ ଓ ଭତ୍ତାର ଲାଭ ଉଠାଉନାହାନ୍ତି । ଯାହା ସେ ରାଜ୍ୟସଭା ସାଂସଦ ରୂପେ ପାଇବାକୁ ହକ୍ଦାର । ଏହା ବଦଳରେ ଭାରତର ପୂର୍ବ ମୁଖ୍ୟ ନ୍ୟାୟ।।ଧୀଶ ଭାବେ ମିଳିଥିବା ସେବାନିବୃତ୍ତି ସୁବିଧାର ଲାଭ ଉଠାଇବାର ବିକଳ୍ପ ବାଛୁଛି । ତାଙ୍କୁ ବର୍ତ୍ତମାନ ନ୍ୟାୟାଧୀଶ ଭତ୍ତା ରୂପେ ପ୍ରତି ମାସରେ ୮୨,୩୦୧ ଟଙ୍କା ପେନସନ ରାଶି ମିଳୁଛି । ଇଣ୍ଡିଆ ଟୁଡେ ପକ୍ଷରୁ ଆରଟିଆଇ ଅନୁସାରେ ମଗାଯାଇଥିବା ତଥ୍ୟରେ ରାଜ୍ୟସଭା ସାଂସଦଙ୍କୁ ବେତନ ଦେବାକୁ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ରାଜ୍ୟସଭା ପକ୍ଷରୁ ଏହାର ଉତ୍ତରରେ ପ୍ରାୟ ୩ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି ବୋଲି କୁହାଯାଇଥିଲା ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0