କନ୍ଧମାଳ: କନ୍ଧମାଳକୁ ସ୍ପର୍ଶ କଲା ପହିଲି ଶୀତ । ସକାଳୁ ସକାଳୁ କୁହୁଡି ଓ କାକରରେ ପ୍ରାତଃଭ୍ରମଣ ଓ ବ୍ୟାୟାମ କରି ମଜା ଉଠାଇଲେ ସ୍ଥାନୀୟ ଲୋକ । ଗତବର୍ଷ ଆଜିର ଦିନରେ ସର୍ବନିମ୍ନ ତାପମାତ୍ରା ୨୨ ଥିବା ବେଳେ ଚଳିତ ବର୍ଷ ଏହା ୧୬ ଡିଗ୍ରୀ ରହିଛି । ଏବର୍ଷ ହାଡଭଙ୍ଗା ଶୀତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆଗାମୀ ୩ ମାସ କନ୍ଧମାଳବାସୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ସେପଟେ ଶୀତଦିନେ କରୋନା ସଂକ୍ରମଣ ବିସ୍ତାର ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 1