spot_img

ଓଜନକୁ ନେଇ ଚିନ୍ତାରେ କଙ୍ଗନା

ମୁମ୍ବାଇ: ସମସ୍ତଙ୍କ ନିଦ ହଜାଉଥିବା କଙ୍ଗନା ରନୌତ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଚିନ୍ତାର କାରଣ ହେଉଛି ନିଜର ବଡ଼ିଥିବା ଓଜନକୁ ନେଇ । ଫିଲ୍ମ ଥଲାଇବି ପାଇଁ କଙ୍ଗନାଙ୍କୁ ୨୦କିଲୋ ଓଜନ ବୃଦ୍ଧି କରିବାକୁ ପଡ଼ିଥିଲା । କିନ୍ତୁ ଏବେ ସେ ନିଜର ଓଜନ କମ୍ କରିବା ଆରମ୍ଭ କରି ଦେଇଛନ୍ତି।

କଙ୍ଗନା ନିଜର ଓଜନ କମ୍ କରିବା ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିବା କ୍ୟାପସନରେ ଲେଖିଛନ୍ତି ଯେ ‘ଥଲାଇବି ପାଇଁ ସେ ନିଜର ୨୦କିଲୋ ଓଜନ ବଢ଼ାଇଥିଲେ। ଫିଲ୍ମଟି ସମ୍ପୂର୍ଣ୍ଣ ହେବା ଉପରେ ହୋଇଗଲାଣି। ଏପରି କ୍ଷେତ୍ରରେ ତାଙ୍କୁ ନିଜ ପୁରୁଣା ସେପରେ ଫେରିବାର ଆବଶ୍ୟକତା ରହିଛି। ସକାଳେ ଶୀଘ୍ର ଉଠି ଜଗିଂରେ ଯାଉଛନ୍ତି। ଏହି ଯାତ୍ରାରେ ତାଙ୍କ ସହ କିଏ କିଏ ଅଛନ୍ତି? । କଙ୍ଗନାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାୟରାଲ ହେବାର ଲାଗିଛି । ତାଙ୍କର ଏହି କଠିନ ପରିଶ୍ରମ ସମସ୍ତଙ୍କ ମନ ଜିଣିଛି ।

ସୂଚନାଅନୁଯାୟୀ କଙ୍ଗନାଙ୍କ ଅପକମିଙ୍ଗ ଫିଲ୍ମ ଥଲାଇବିର ସୁଟିଙ୍ଗ ପାଇଁ କଙ୍ଗନା ନିଜର ଓଜନ ବଢ଼ାଇଥିଲେ । ଯେଉଁଥିରେ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜୟଲଳିତା ଭୂମିକାରେ ନଜର ଆସିବେ । ପିଲ୍କରେ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular