ଚଣ୍ଡୀଗଡ଼ : କଙ୍ଗନା ନିକଟରେ ଚଣ୍ଡୀଗଡ଼ରେ ନିଜ ୪ ଭାଇ-ଭଉଣୀଙ୍କୁ ଫ୍ଲାଟ ଉପହାର କରିଛନ୍ତି। ଭଉଣୀ ରଙ୍ଗୋଲି, ଭାଇ ଅକ୍ଷତ ଓ ଆଉ ଦୁଇ ସମ୍ପର୍କୀୟ ଭାଇଭଉଣୀଙ୍କୁ ଫ୍ଲାଟ ଉପହାର କରିଛନ୍ତି। ଏଥିପାଇଁ ସେ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଭିନେତ୍ରୀଙ୍କ ଜଣେ ନିକଟ ସୂତ୍ରରୁ ଜଣାପଡିଛି ଯେ କଙ୍ଗନା ନିଜ ଭାଇ-ଭଉଣୀଙ୍କୁ ବହୁତ ସାହାଯ୍ୟ କରନ୍ତି। ଚଣ୍ଡୀଗଡ଼ର ଏକ ପୋଶ୍ କଲୋନୀରେ ଭାଇ ଭଉଣୀଙ୍କ ଲଗ୍ଜରୀ ଫ୍ଲାଟ୍ କିଣିଛନ୍ତି। ଏହି ପ୍ରପର୍ଟି ଏୟାରପୋର୍ଟର ବହୁତ ନିକଟରେ ଓ ଚଣ୍ଡୀଗଡ଼ର ହାଇ ଷ୍ଟ୍ରିଟ ଏରିଆରେ ରହିଛି।
ରିପୋର୍ଟ ଅନୁସାରେ, ଅଭିନେତ୍ରୀ ଚଣ୍ଡୀଗଡ଼ରେ ଭାଇଭଉଣୀଙ୍କ ପାଇଁ ଫ୍ଲାଟ କିଣି ସେମାନଙ୍କ ଇଚ୍ଛା ପୁରା କରିଛନ୍ତି। ନିଜ ଭାଇ ଭଉଣୀଙ୍କୁ ନେଇ ସେ ବହୁତ ପ୍ରୋଟେକ୍ଟିଭ। ଥରେ ସେ ନିଜର ୧୪ ସାଙ୍ଗଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଭାଇ ଅକ୍ଷତ ବାହାଘରରେ ଉଦୟପୁରରେ ସେ ଭବ୍ୟ ଆୟୋଜନ କରିଥିଲେ। ତା ପୂର୍ବରୁ ଭଉଣୀ ରଙ୍ଗୋଲିଙ୍କ ମନାଲି ସ୍ଥିତ ଘରର ଇଣ୍ଟରିୟର କାମ ମଧ୍ୟ କରାଇ ଦେଇଥିଲେ। କଙ୍ଗନାଙ୍କ ହାତରେ ଏବେ ବହୁତ ଭଲ ଭଲ ଫିଲ୍ମ ଅଛି। ଫିଲ୍ମ ‘ଥଲାଇଭି’ରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ। ତାଙ୍କ ହାତରେ ‘ତେଜସ’, ‘ଧାକଡ୍’, ମାଣିକର୍ଣ୍ଣିକା-୨ ମଧ୍ୟ ଅଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0