spot_img

ପୁଣି ଆଉ ଗୋଟେ ବିବାଦରେ ଛନ୍ଦି ହେଲେ କଙ୍ଗନା

ମୁମ୍ବାଇ: ନିଜର ନିର୍ଭୀକତା ଓ ସାହାସିକତାର ସହ ନିଜ କଥା ରଖୁଥିବାରୁ କଙ୍ଗନା ସାରା ଭାରତରେ ବେଶ ପରିଚିତ । ମୁମ୍ବାଇ ବାନ୍ଦ୍ରା କୋର୍ଟ କଙ୍ଗନାଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ମୁନ୍ନା ବରାଳି ଓ ସାହିଲ ଅଶରଫ ସୈୟଦ କଙ୍ଗନାଙ୍କ ଟ୍ୱିଟକୁ ହିଂସା ସୃଷ୍ଟିକାରୀ କହି ତାଙ୍କ ବିରୋଧରେ କୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଆବେଦନର ଅଭିଯୋଗକ୍ରମେ, କଙ୍ଗନା ରନାୱାତ ତାଙ୍କ ଟ୍ୱିଟ ମାଧ୍ୟମରେ ବଲିଉଡରେ ହିନ୍ଦୁ ମୁସଲମାନ କଳାକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଛି । ଏହା ସହ କଙ୍ଗନା ବଲିଉଡକୁ ବଦନାମ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ପୋଷ୍ଟ ଶେୟାର କରୁଛନ୍ତି । ତେବେ କଙ୍ଗନାଙ୍କ ନାମରେ ମାମଲା ରୁଜୁ ହେବା ସହ କୋର୍ଟଙ୍କ ଏଭଳି ନିର୍ଦେଶ କଙ୍ଗନାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular