ମୁମ୍ବାଇ : ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ବହୁ ଚର୍ଚ୍ଚିତ ଚନ୍ଦନ କାଠ ଡ୍ରଗ୍ସ ମାମଲାରେ ବହୁ ଦିନ ହେବ ଯାଞ୍ଚ କରୁଛି । ଏହି ମାମଲାରେ ପୋଲିସ ମଙ୍ଗଳବାର ଦିନ କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲରାନିଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ସମେତ ୬ଜଣଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ଏହି ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ସଞ୍ଜନାଙ୍କ ଲିଙ୍କ ଥିବା କଥା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜନାଙ୍କୁ ଗିରଫ କରିବା ପୂର୍ବରୁ ସିସିବି ଅଧିକାରୀ ମାନେ ଅଭିନେତ୍ରୀଙ୍କ ବେଙ୍ଗାଲୁରୁ ଇନ୍ଦିରାନଗର ସ୍ଥିତ ଘରେ ପହଞ୍ଚି ଚଢ଼ାଉ କରିଥିଲେ । ମଙ୍ଗଳବାର ଦିନ ଜଣେ ମହିଳା ପୋଲିସକର୍ମୀଙ୍କ ସମେତ ୮ ପୋଲିସ ଅଧିକାରୀ ଅଭିନେତ୍ରୀ ସଞ୍ଜନାଙ୍କ ଘରେ ପହଞ୍ଚିଥିଲେ ଏବଂ ଏହାପରେ ତାଙ୍କୁ ଗିରଫ କରି ପଚରାଉଚୁରା ପାଇଁ ସିସିବି କାର୍ୟ୍ୟାଳୟକୁ ନିଆଯାଇଛି ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0