କେନ୍ଦୁଝର : ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ଲୋକଙ୍କୁ ମିଳିପାରୁ ନାହିଁ ମୌଳିକ ସମସ୍ୟା । ନଦୀ ଚୁଆ ପାଣିରେ ବିତୁଛି ସେମାନଙ୍କ ଜୀବନ । କେନ୍ଦୁଝରର ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ପଂଚାୟତର ଓ-ଏମ୍-ସି ହାଟିଂ ଗ୍ରାମରେ ଦେଖିବାକୁ ମିଳିଛି ଏହି ସମସ୍ୟା । ଗ୍ରାମରେ ଠାଏଁ ଠାଏଁ ବସିଛି ନଳକୂପ ହେଲେ ପାଣି ନାହିଁ । ଯାହାଦ୍ୱାରା ନଦୀ ଚୁଆ ଜଳରେ ବିତୁଛି ସେମାନଙ୍କ ଜୀବନ ।

୨୦୧୮/୧୯ କେନ୍ଦୁଝର ଡ଼ି.ଏମ୍ .ଏଫ ର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଦିଆଯାଇଛି । କିନ୍ତୁ ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଦୟିତ୍ୱ ନେଉନାହାଁନ୍ତି ବୋଲି ପ୍ରଶ୍ନ ଉଠିଛି । ସ୍ୱଚ୍ଛ ପାଣି ପାଇଁ ସେମାନେ ସୁଦୂର ପାଂଚ କିଲୋମିଟର ଯିବାକୁ ପଡ଼ିଥାଏ । ଗ୍ରାମର ୪୦୦ ଆଦିବାସୀ ଏହି ପାଣି ସମସ୍ୟାର ସମ୍ମୁ୍ଖିନ ହେଉଛନ୍ତି ।
ଗ୍ରାମବାସୀ ସ୍ଥାନୀୟ ସରପଂଚ ଠାରୁ ସମିତିସଭ୍ୟ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନାହାଁନ୍ତିି । ଚୁଆ ପାଣି ଦ୍ୱାରା ଅଜଣା ରୋଗର ଭୟ ରହଛି । ତୂରନ୍ତ ପାନୀୟ ଜଳର ସୁବିଧା ଯୋଗାଇ ଦେବା ପାଇଁ ପ୍ରାଶାସନ ଆଗରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0