ଭୁବନେଶ୍ୱର: କନ୍ଧମାଳରୁ ୨୫ କେଜି ଗଂଜେଇ ସହ ଜଣଙ୍କୁ ଗିରଫ କରାଯାଇଛି । କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ଚୋରାଚାଲାଣ ବେଳେ ଧରାପଡ଼ିଲା ଗଞ୍ଜେଇ । ଏକ ଖେଳଣା ବନ୍ଧୁକ ସହ ୨୮ କେଜି ଗଞ୍ଜେଇ ଏବଂ ଜଣକୁ ଗିରଫ କରିଛି ଗୋଛପଡା ପୋଲିସ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇ ବାଲନ୍ଦାପଡାର ବୁନ୍ଧୁଲି ଛକ ନିକଟରେ ଏକ ମହିନ୍ଦ୍ରା ଭେରୀଟୋ ଗାଡିକୁ ଅଟକାଇ ଯାଞ୍ଚ କରି ଥିଲେ। ଯାଞ୍ଚ ବେଳେ ଗାଡିରୁ ଗଞ୍ଜେଇ, ଲକ୍ଷାଧିକ ନଗଦ ଟଙ୍କା ଏବଂ ଏକ ଖେଳଣା ବନ୍ଧୁକ ମିଳିଥିଲା । ଏକ ଖେଳଣା ବନ୍ଧୁକ ସହ ୨୮ କେଜି ଗଞ୍ଜେଇ ସହ ନଗଦ ୩ଲକ୍ଷ ୪୨ ହଜାର ଟଙ୍କା , ୩ଟି ଏଟିଏମ କାର୍ଡ , ଗୋଟିଏ କାରକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଗୋଛାପଡା ଥାନା ବାଘଡଙ୍ଗରି ଅଞ୍ଚଳର ଦୁଃଖୀଶ୍ୟାମ ଦିଗାଲ ବୋଲି ଜଣାପଡିଛି । ଏ ସବୁ ସାମଗ୍ରୀକୁ ପୋଲିସ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଯାହାର ସୂଚନା ଦେଇଛନ୍ତି ସଦର ଥାନା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0