ସମ୍ବଲପୁର: ସମ୍ବଲପୁର ସହରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ସମ୍ବଲପୁର ଖେତରାଜପୁର ମର୍ଚେଣ୍ଟ ଆସୋସିଏସନ ବା ବଣିକ ସଂଘ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଆଜିଠାରୁ ଆସନ୍ତା ୯ ତାରିଖ ଯାଏ ଖେତରାଜପୁର ହୋଲସେଲ ମାର୍କେଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ସହର ତଥା ଜିଲ୍ଲା ପାଇଁ ଖେତରାଜପୁର ଏକମାତ୍ର ବଡ ହୋଲସେଲ ବା ମୁଖ୍ୟ ମାର୍କେଟ । ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ଛୋଟ ଛୋଟ ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଷ୍ଟକ ରଖିଛନ୍ତି । ସମ୍ବଲପୁର ଖେତରାଜପୁରକୁ ନାସିକାରୁ ପିଆଜ, ପଶ୍ଚିମବଙ୍ଗରୁ ଆଳୁ ଆସି ରିଟେଲର୍ ମାନଙ୍କୁ ଦିଆଯାଏ । ତେଲ , ଲୁଣ, ଡାଲି, ଚାଉଳ, ଚିନି ଇତ୍ୟାଦି ନିତ୍ୟବ୍ୟବହାର ସାମଗ୍ରୀର ବଡ ହୋଲସେଲ ବ୍ୟବସାୟୀ ରହିଛନ୍ତି ଖେତାରପୁର ମାର୍କେଟରେ । ତେବେ ମାର୍କେଟ ୪ଦିନ ବନ୍ଦ ରହିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପକାଇବ । ଏହା ସହିତ କଳାବଜାର ବଢିବ ବେଲି ଅନୁମାନ କରାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0