ଖୋର୍ଦ୍ଧା : ସଂକ୍ରମଣ ରୋକିବାକୁ ସଟଡ଼ାଉନ । ଆଜିଠୁ ଚିଲିକା – ବାଣପୁର ବ୍ଲକ ଏବଂ ବାଲୁଗାଁ-ବାଣପୁର ଏନଏସି ର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ-ଡ଼ାଉନ ଘୋଷଣା କରାଯାଇଛି । ଏସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଉପ- ଜିଲ୍ଲାପାଳ ସୂଚନା ଦେଉଛନ୍ତି । ଏହି ୩ଦିନିଆ କଟକଣା ବେଳେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ । ଏହି ସମୟରେ ସମସ୍ତ ଜନ ସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ- ଜିଲ୍ଲାପଳ ।
ସଟଡାଉନ୍ ସମୟରେ ବ୍ଲକ ଏବଂ ଘଇଉ ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇବେ । ବର୍ତ୍ତମାନ ସୁଦ୍ଧା ସେଠାରେ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରେ ୨୫ ଜଣ କରୋନା ଯୋଦ୍ଧା ଅଛନ୍ତି । ସେହିପରି କରୋନାରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0