ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରେ ଫାଇଦା ହୋଇଛି। ବୁଧବାର ଜାରି ହୋଇଥିବା ରାଙ୍କିଙ୍ଗରେ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ତେବେ ବାଂଲାଦେଶ ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ନ୍ୟୁଜିଲ୍ୟାଣ୍ଡର ଡେଭନ୍ କନୱେ ପଞ୍ଚମକୁ ଖସି ଆସିଛନ୍ତି। ସେହିପରି ଟି-୨୦ ରାଙ୍କିଙ୍ଗରେ ଲୋକେଶ ରାହୁଲ୍ ଅନ୍ୟତମ ଭାରତୀୟ ଭାବେ ଟପ୍-୧୦ରେ ରହିଛନ୍ତି। ରାହୁଲ ପୂର୍ବପରି ଷଷ୍ଠ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ଡାୱିଡ୍ ମଲାନ୍ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ସଦ୍ୟ ରାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକଙ୍କୁ ଅଧିକ ଫାଇଦା ହୋଇଛି। ଡି’ କକ୍ ଚାରୋଟି ସ୍ଥାନ ଉପରକୁ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଡି’କକ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ତିନୋଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ସହ ୧୫୩ ରନ୍ କରି ଟପ୍ ସ୍କୋରର ଭାବେ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲା। ତାଙ୍କର ଏହି ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଥିଲା।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0