କୋଣାର୍କ: ବହୁ ବାଦ ବିବାଦ ସତ୍ୱେ ରାଜ୍ୟ ସରକାରଙ୍କ ପର୍ୟ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆୟୋଜନ କରାଯାଇଛି କୋଣାର୍କ ମହୋତ୍ସବ ଦୁଇ ହଜାର କୋଡିଏ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି ଭାବେ କୋଭିଡ ନିୟମ ପାଳନ ପୂର୍ବକ ଚଳିତ ବର୍ଷ ଆୟୋଜନ କରାଯାଇଛି ଏହି ମହୋତ୍ସବ। ବିଧିବିଧ ଭାବେ ଆଜି ଏହି ୫ ଦିନିଆ ଉତ୍ସବର ଶୁଭ ଉଦ୍ଘାଟନ ହୋଇଯାଇଛି। ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଆଜି ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ରୀଡା ମନ୍ତ୍ରୀ ତୁଷାର ବେହେରା, ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଟିଡିସି ଅଧଖ୍ୟା ଶ୍ରୀମୟୀ ମିଶ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ପର୍ୟ୍ୟଟନ ସଚିବ ବିଶାଲ ଦେବ, ଜିଲ୍ଲାପାଳ ବଲବନ୍ତ ସିଂ ପ୍ରମୁଖ ଯୋଗ ଦେଇ ଉତ୍ସବ ଉଦ୍ଘାଟନ କରିବା ସହ ବାଲୁକା କଳା ବୁଲି ଦେଖିଥିଲେ।କୋଭିଡ କଟକଣା ଯୋଗୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କୁ ବାରଣ କରାଯାଇଛି। ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ବାଲୁକା ଶିଳ୍ପୀ ଏହି ଉତ୍ସବରେ ଭାଗ ନେଇଛନ୍ତି। ପ୍ରାୟ ୨୫ ଟି ବାଲୁକା ଷ୍ଟଲରେ ଶିଳ୍ପୀ ମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିଛନ୍ତି। କରୋନା ସଚେତନା ଓ ପରିବେଶ ସୁରକ୍ଷା ବାର୍ତା ନେଇ କଳାକୃତି ପ୍ରଦର୍ଶନ ଖୁବ ଆକର୍ଷଣୀୟ ସାଜି ଥିଲା। ଦର୍ଶକ ଙ୍କୁ ପ୍ରଥମେ ମୁଖ୍ୟ ଗେଟ ପାଖରେ ଥର୍ମାଲ ସ୍କ୍ରିନି କରାଯାଇ ପରେ ସାନିଟାଇଜର ବ୍ୟବସ୍ଥା କରାଯାଇ ଭିତରକୁ ବାଲୁକା କଳା ଦେଖିବାକୁ ଛଡ଼ାଯାଉଛି। ପ୍ରଥମ ଦିବସରେ କରୋନା କଟକଣା ଯୋଗୁଁ ପର୍ୟ୍ୟଟକ ଆଖି ଦୃଷ୍ଟିଆ ହୋଇ ନଥିବା ଦେଖିବାକୁ ମିଳିଥିଲା।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0