କୋଟିଆ: କୋଟିଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । କୋଟିଆରେ ଅନେକ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ହେବ ଆଦର୍ଶ ପଂଚାୟତ । ଏହା ସହ କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ । ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ୟ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଓଡ଼ିଶା ସରକାର କୋଟିଆରେ ବିକାଶମୂଳକ କାର୍ୟ୍ୟ ଉପରେ ଗରୁତ୍ୱ ଦେଉଥିବା ବେଳେ ଆନ୍ଧ୍ରପ୍ରଦେଶ କିନ୍ତୁ ନିଜ ପ୍ରକୃତିରେ ଆଣୁନି ସୁଧାର । କୋଟିଆ ପୁଞ୍ଜରେ ୩ ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଡିଶା ସରକାର କୋଟିଆରେ ୧୫୦କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ କରୁଛି । ତଥାପି ଆନ୍ଧ୍ର ଆଡକୁ ଢଳୁଛି କୋଟିଆ । ଓଡିଶା ପକ୍ଷରୁ କେବଳ ଗୋଟିଏ କୋଟିଆ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରିଛି । ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ । ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ କରାଇବ ବୋଲି ଯୋଜନା କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0