ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ NH- ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲାକୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସଟି NH- ୩୨୬ ଚମ୍ପାଖାରି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ୭ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବାକି ଶ୍ରମିକମାନେ ସୁରକ୍ଷିତ ଅଛନ୍ତି। ବସ୍ରେ ୨ଜଣ ଡ୍ରାଇଭର ମଧ୍ୟ ଥିଲେ। ଶ୍ରମିକମାନେ ତାମିଲନାଡୁରେ ଏକ ସୂତା କଳରେ କାମ କରିବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0