ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ପାଇଁଁ ଭାରତ ଏଲଏସି ସୁରକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ୨୨ରେ ବରିଷ୍ଠ ବାୟୁସେନା ଅଧିକାରୀମାନଙ୍କୁ ନେଇ ହେବ ଗୁୁରୁତ୍ୱପୂର୍ଣ୍ଣ ବୈଠକ । ଗଲୱାନ ଘାଟିରେ ସଂଘର୍ଷ ପରେ ରାଫେଲ ଯୁଦ୍ଧ ବିମାନ କିଣିବା ଆରମ୍ଭ କରିଛି ଭାରତ । ଫ୍ରାନ୍ସଠାରୁ ଆଣିଥିବା ରାଫେଲ୍ ଯୁଦ୍ଧ ବିମାନର ମୁତୟନ ନେଇ ଏହି ବୈଠକରେ ଆଲୋଚନା କରାଯିବ । ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ମୋଟ୍ ୭ ଜଣ କମାଣ୍ଡର ଇନ୍ ଚିଫ୍ ଏହି ବୈଠକରେ ଯୋଗ ଦେବେ । ସୀମାକୁ ନେଇ କୈାଣସି ସାଲିସ କରାଯିବ ନାହିଁ ବୋଲି ଭାରତ ଚୀନ୍କୁ ରୋକ୍ଠୋକ୍ ଶୁଣାଇ ଦେଇଛି । ଆଗରୁ ମୁତୟନ ହୋଇଥିବା ଅତ୍ୟାଧୁନିକ ବିମାନ ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ମିଗ୍- ୨୯ ଘାଟିରେ ଦିନ ରାତି ପହରା ଦେଉଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0