ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଙ୍କ ଆଜି ହେଉଛି ଜନ୍ମଦିନ | ୯୪ ବର୍ଷ ବୟସରେ ପାଦ ଥାପିଛନ୍ତି ଲାଲକୃଷ୍ଣ ଆଡ଼ଭାନୀ | ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଘରକୁ ଯାଇ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ତାଙ୍କ ଦୀର୍ଘ ଆୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି | ତା ସହିତ ଲେଖିଛନ୍ତି ଯେ ଦେଶ ସର୍ବଦା ତାଙ୍କ ପାଖେ ଋଣୀ ହୋଇ ରହିବ | ମୋଦିଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |



Visitors Today : 4
Total Visitors : 130422
Total Views : 9891952
Visitors Online Now : 0