ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ସୋମବାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ‘କୃଷକଙ୍କ ପରି ବଳିଦାନ’ ଟିପ୍ପଣୀ ଉପରେ ପ୍ରତିଜବାବ ଦେଇଛନ୍ତି। ଇନ୍ଦ୍ରେଶ କୁମାର କହିଛନ୍ତି, ଯଦି ଫାରୁକ ଅବଦୁଲ୍ଲାଙ୍କୁ ଭାରତରେ ଅଣନିଃଶ୍ଵାସୀ ଲାଗୁଛି ତେବେ ତାଙ୍କୁ ଏହି ଦେଶ ଛାଡି ଦେବା ଉଚିତ୍। ଦୁନିଆର ଅନ୍ୟ କୌଣସି ସ୍ଥାନ ଯଦି ତାଙ୍କୁ ପସନ୍ଦ ତେବେ ସେଠାରେ ଯାଇ ରହିବା ଉଚିତ୍। ଆରଏସଏସ ନେତା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ମିଛ କହିବା ତାଙ୍କର ଏକ ଫ୍ୟାସନରେ ପରିଣତ ହୋଇ ଯାଇଛି। ଜାମ୍ମୁ-କାଶ୍ମୀରର ଦୁଇ ନେତାଙ୍କୁ ‘ଉସୁକାଇବା ପରି ରାଜନୀତି’ ବନ୍ଦ କରିବା ଉଚିତ୍ ଏବଂ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ବାଧକ ହେବା ଉଚିତ୍ ନୁହେଁ। କୁମାର କହିଛନ୍ତି, ଅବଦୁଲ୍ଲାଙ୍କ ବୟାନରୁ ସ୍ପଷ୍ଟ ଜଣା ପଡୁଛି ଯେ, ତାଙ୍କୁ ହିଂସା ବହୁତ ପସନ୍ଦ, ଶାନ୍ତି ନୁହେଁ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0