spot_img

କ୍ୟାଟ୍ରିନା-ଭିକିଙ୍କ ବିବାହ ସୁରକ୍ଷା ଦାୟିତ୍ବରେ ସଲ୍‌ମାନଙ୍କ ବଡିଗାର୍ଡ

କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଉତ୍ସବର ସୁରକ୍ଷା ଦାୟିତ୍ବ ନେଲେ ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ଟିମ୍‌। ରାଜସ୍ଥାନର ସାୱାଇ ମାଧପୁର ଜିଲ୍ଲା ଚୌଥ୍‌ର ବାରୱାରାସ୍ଥିତ ହୋଟେଲ ସିକ୍ସ ସେନ୍ସ ରିସର୍ଟରେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଉଭୟେ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ। ଅଭିନେତା ସଲମାନ ଖାନ ଏହି ବିବାହ ଉତ୍ସବରେ ଯୋଗଦେଉ ନାହାନ୍ତି। ହେଲେ ତାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ଭିକି-କ୍ୟାଟ୍ରିନାଙ୍କ ବିବାହକୁ ଅତିରିକ୍ତ ସୁରକ୍ଷା ଦେଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular