spot_img

କରୋନା ଭୟରେ ଜୀବନ ହାରିଲେ ଅଧ୍ୟାପକ !

()କରୋନା ଦ୍ବାରା ସଂକ୍ରମଣ ହେବା ଆଶଙ୍କାରେ ଜଣେ ଅଧ୍ୟାପକ ଜୀବନ ହରାଇଥିବା କୁହାଯାଉଛି। ମୃତ ଅଧ୍ୟାପକ ହେଉଛନ୍ତି ବଲାଙ୍ଗୀର ରାଜେନ୍ଦ୍ର ସ୍ବଂୟଶାସିତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ। ଗତ ତିନି ବର୍ଷ ହେବ ସେ ଏକ ଭଡ଼ା ଘରେ ପତ୍ନୀ ଓ ପିଲାମାନଙ୍କୁ ନେଇ ରହୁଥିଲେ। ସୂଚନା ଯୋଗ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ମଧୁମେହରେ ଆକ୍ରାନ୍ତ ଥିଲେ । ତେବେ ତାଙ୍କୁ ଦୁଇ ଦିନ ହେବ ଥଣ୍ଡା ଧରିଥିଲା। ତେଣୁ କାଳେ ସେ କରୋନା ଦ୍ବାରା ସଂକ୍ରମଣ ହୋଇଯାଇଥିବା ଆଶଙ୍କା କରି ‌ଗତରାତିରେ କୋଠରିର ସିଲିଂରେ ଝୁଲିପଡିଥିଲେ । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular