ମାଲକାନଗିରି: ଯନ୍ତ୍ରଣା ଭିତରେ ମାଆର ଗର୍ଭରେ ଛଟପଟ ହୋଇ ଚାଲିଗଲା କୋମଳମତି ଶିଶୁର ଜୀବନ । ଅନ୍ଧାର ଦୁନିଆରୁ ବାହାରି ଆଲୋକ ଦୁନିଆକୁ ଦେଖିବା ଆଗରୁ ଜୀବନ ନେଇଗଲା ଭରା ନଦୀ । ଆଉ ସେପଟେ ଗର୍ଭରେ ଧାରଣ କରି କଷ୍ଟ ଯନ୍ତ୍ରଣାରେ ଅସହ୍ୟ ହୋଇ ନିଜ ସନ୍ତାନକୁ ହରାଇ କୋହଭରା ଦୁଃଖରେ କାନ୍ଦୁଛି ମାଆ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ । ସୂଚାନ ମୁତାବକ, ବିଜାପୁର ଜିଲ୍ଲା ଲଙ୍କାପଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମେଡିକାଲକୁ ଯାଇପାରୁ ନଥିଲେ । କାରଣ ସେହି ସମୟରେ କାଳ ସାଜିଛି ଭରାନଦୀ । ଲଗାଣ ବର୍ଷାରେ ନଦୀ ଫୁଲିବା ସହ ପ୍ରଖର ସ୍ରୋତ ଥିଲା । ମହିଳା ଜଣଙ୍କ ୪ଦିନ ହେବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏଭଳି ଭରା ନଦୀ ପାର କରି ଡାକ୍ତରଖାନା ଯିବା ସମ୍ଭବ ନଥିଲା । ତଥାପି ଗ୍ରାମବାସୀମାନେ ନିଜ ଜୀବନକୁ ବାଜି ଲଗାଇ ଉଭୟ ପାଶ୍ୱର୍ରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ । ମହିଳାଙ୍କୁ ନଦୀ ପାର କରାଇ ନିକଟସ୍ଥ ଇଡିମାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଳା ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ଯନ୍ତ୍ରଣା ଏତେ ଅସହ୍ୟ ହୋଇଥିଲା ଉକ୍ତ ମହିଳାଙ୍କୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଳା ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ଜୀବନ ସିନା ବଞ୍ଚିଯାଇଥିଲା କିନ୍ତୁ କୋମଳ ଶିଶୁର ଜବୀନ ଚାଲିଯାଇଛି । ତେବେ ମାଓବାଦୀଙ୍କ ଯୋଗୁଁ ଉକ୍ତ ଅଞ୍ଚଳରେ ପୋଲ ନିର୍ମାଣ ହୋଇପାରୁ ନଥିବାରୁ ସେଠାରେ ଏଭଳି ସମସ୍ୟା ସୃଷ୍ଟି ହେଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0