ମୋର ଦୋଷ କଣ ? କାହିଁକି ଏତେ ଦୁଃଖ ଦେଲ ଭଗବାନ,ସବୁ ପିଲାଙ୍କ ପରି ମୋ ମନରେ ବି ଅନେକ ସ୍ବପ୍ନ ଥିଲା ତାକୁ ପୂରଣ କରିବାର ସୁଯୋଗ ମୋତେ ଦେଲୋନୀ। ମୋ ସାଙ୍ଗରେ ଅନ୍ୟାୟ କରିଛ ଭଗବାନ ।ମୋର ଗୋଟିଏ ପ୍ରଶ୍ନ ଏ ବୟସରେ ମୋତେ ଯେଉଁ ଦୁଃଖ ଦେଲ ତାକୁ ସହିବି କେମିତି ? ଈଶ୍ବରଙ୍କ ବିଚିତ୍ର ନୀତି। କର୍କଟ ଭଳି ଏକ ଦୁରାରୋଗ୍ୟର କବଳରେ ବିପର୍ୟ୍ୟୟର ସାମ୍ନା କରୁଛି ଏହି ସଭ୍ୟ ସମାଜ। ଏଭଳି ଏକ ସମୟରେ କର୍କଟ ରୋଗରେ ପୀଡିତ ହୋଇ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇ ନପାରି ଆଗପଛ ହୋଇ ଚାଲିଗଲେ ବାପା ମାଆ । ବାପା ମାଆ ଛେଉଣ୍ଡ ହୋଇଗଲା ୧୨ ବର୍ଷର ଏକମାତ୍ର ଝିଅ ଲିଜା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତରେ |
ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତ ମନୁନଗର ଗ୍ରାମର ଭଜହରି ପାତ୍ର (୩୫) କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ଗତ ୨୦୧୬ ମସିହାରେ ମୃତ୍ୟୁବରଣ କରିଥିଲେ। ଭଜହରିଙ୍କ ଜମିବାଡି କିମ୍ବା ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ରୋଜଗାରର ଅନ୍ୟ କିଛି ପନ୍ଥା ନଥିବାରୁ ତାଙ୍କ ବିଧବା ପତ୍ନୀ ଅମିତା (୩୦) ଏକମାତ୍ର ଛୋଟ ଝିଅ ଲିଜା ପ୍ରିୟଦର୍ଶିନୀକୁ ନେଇ ସବୁଦିନ ପାଇଁ ସେହି ପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି-୧ ଗାଁରେ ଥିବା ବାପ ଘରକୁ ଚାଲି ଆସିଥିଲେ। ସେହିଦିନ ଠାରୁ ସେମାନେ ଅମିତାଙ୍କ ବୃଦ୍ଧ ବାପା ଗୌରାଙ୍ଗ ଗିରି ଓ ମା ବାସନ୍ତୀଙ୍କ ଆଶ୍ରୟରେ ରହିଆସୁଥିଲେ। ହେଲେ ବିଧିର ବିଧାନ ବଡ ବିଚିତ୍ର।
ଛଅ ମାସ ପୂର୍ବେ ଅମିତା କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଙ୍କ ଠାରେ ଚିକିତ୍ସା ହୋଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳି ନଥିଲା। ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାକସ୍ଥଳୀରେ କର୍କଟ ରୋଗ ହୋଇଥିବା ଚିହ୍ନଟ ହୋଇଥିଲା।ବାପା ଜମି ବିକ୍ରି କରି ଝିଅ କୁ ଚିକିତ୍ସା ପାଇଁ ମଙ୍କଗ୍ଧଗ୍ଧବମଳ ପଠାଇ ଥିଲେ। ସେଠାରେ ଚିକିତ୍ସିତ ହେଉଥିବା ବେଳେ ୧୫ ଦିନ ପୂର୍ବରୁ ଡାକ୍ତରଖାନ କର୍ତ୍ତୁପକ୍ଷ ତାଙ୍କୁ ଡିସଚାର୍ଜ କରି ଘରକୁ ପଠାଇ ଦେଇଥିଲେ। ଅର୍ଥାଭାବରୁ ଉନ୍ନତ ଚିକିତ୍ସା ପାଇବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ସୋମବାର ରାତି ୨ ଟା ୧୫ ମିନିଟ ସମୟରେ ଅମିତା ଏକମାତ୍ର ଝିଅ ଲିଜା ପ୍ରିୟଦର୍ଶିନୀ (୧୨)କୁ ଅନାଥ କରି ଆରପାରିକୁ ଚାଲିଗଲେ।
ଅନ୍ୟପକ୍ଷରେ ସେମାନଙ୍କ ଏତେ ଛୋଟ ଝିଅକୁ କେମିତି ଲାଳନ ପାଳନ କରିବେ ତାହାକୁ ନେଇ ବୃଦ୍ଧ ଅଜା ଆଈ ଏବେ ଚିନ୍ତା ରେ ପଡିଛନ୍ତି। ଅମିତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଅମିତାଙ୍କ ମୃତ୍ୟୁରେ ଗ୍ରାମବାସୀ ମାନେ ଶୋକ ପ୍ରକାଶ ହେଉଥିବା ବେଳେ ଅନାଥ ଝିଅ ଲିଜା ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ଭବିଷ୍ୟତ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି।



Visitors Today : 2
Total Visitors : 130165
Total Views : 9891610
Visitors Online Now : 0