ଆଉ ବଢ଼ିବନି ଲୋନ ମୋରାଟୋରିୟମ୍। ଏଥିସହ ଛାଡ ହୋଇପାରିବନି ସମସ୍ତ ପ୍ରକାରର ରିହାତି। ଆଜି ଲୋନ୍ ମୋରାଟୋରିୟମ ମାମଲାକୁ ନେଇ ଏଭଳି କିଛି ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍, ଭୂଷଣ ରେଡ୍ଡୀ ଏବଂ ଜଷ୍ଟିସ ଏମ.ଆର ଶାହାଙ୍କ ଦ୍ୱାରା ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଲୋନ ମୋରାଟୋରିୟମ ଅବଧି ବଢ଼ାଇବା ପାଇଁ ହୋଇଥିବା ମାମଲାର ଶୁଣାଣି କରିଛନ୍ତି। ମୋରାଟୋରିୟମର ଅବଧି ଅଗଷ୍ଟ ୩୧ ତାରିଖ ରହିଛି। ଏହାକୁ ଆଉ ଆଗକୁ ବଢ଼ାଯିବ ନାହିଁ । କେବଳ ସେତିକି ନୁହେଁ ପୁରା ସୁଧ ଛାଡ କରିବା ବି ଅସମ୍ଭବ। ଯଦି ଏଭଳି କରାଯାଏ ତେବେ ବ୍ୟାଙ୍କ ଗୁଡିକ ଉପରେ ପ୍ରଭାବ ପଡବି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି। ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି, କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବି ବହୁତ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତୀକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0