ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗାଁରେ ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଡକାୟତ । ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ୨୦ ରୁ ୨୫ଜଣ ଦୁର୍ବୃତ୍ତ ଆସି ଶାନ୍ତିପୁର ଗ୍ରାମର ଆର୍ତ୍ତରଣ ସାହୁଙ୍କ ଘରେ ପହଞ୍ଚିଥିଲେ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କବାଟ ଭଙ୍ଗାରୁଜା କରିବା ସହ ଘର ମାଲିକଙ୍କୁ ମାଡ ମାରି ପ୍ରାୟ ୬ରୁ ୭ଲକ୍ଷ ଟଙ୍କା ଓ ୧୫ରୁ ୧୭ଭରି ସୁନା ଗହଣା ଲୁଟି ନେଇଥିଲେ । ଏ ନେଇ ଅଭିଯୋଗ ପାଇବା ପରେ ଶନିବାର ସକାଳୁ ଖପ୍ରାଖୋଲ ଥାନା ପୋଲିସ ସହିତ ବଲାଙ୍ଗୀର ଏସପି ନିତିନ କୁସଲକର ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଡକାୟତି ବେଳେ ବୋମା ବିସ୍ଫୋରଣ ହୋଇଥିବା ମଧ୍ୟ ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 1