spot_img

ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ

ଜୟପୁର ଦିନ ଦ୍ବିପ୍ରହରରେ ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ । ତାହା ବି ପୋଲିସ ଷ୍ଟେସନଠାରୁ ମାତ୍ର ୧୦୦ ମିଟର ଦୂରରେ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ।

ଅଭିଯୋଗ ଅନୁସାରେ ଶସାହାଣ୍ଡି ନୂଆଗାଁର ମଂଜୁ ପାଣିଗ୍ରାହୀ ଷ୍ଟେଟ୍ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ଫେରୁଥିଲେ । ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପଛପଟୁ ତାଙ୍କ ବ୍ୟାଗ୍ ଝାମ୍ପି ନେଇଥିଲେ । ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଥିବା କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular