ସାଲେପୁର : କଟକ ଜିଲ୍ଲା ଚୌଦ୍ବାର ଥାନା ଓଟିଏମ୍ କଲୋନୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏହି କଲୋନୀର ଦିବ୍ୟଜ୍ୟୋତି ଦାଶଙ୍କ ଗତ ଅଗଷ୍ଟ ୧୫ ତାରିଖରେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଚୋରୀ ଅଭିଯୋଗରେ ୨ ନାବାଳକଙ୍କ ସହ ୩ ଜଣ ଯୁବକ ଗିରଫ ହୋଇଇଛନ୍ତି ।
ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, କରୋନା ଆକ୍ରାନ୍ତ ହୋଇ ସେ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେ ଘରକୁ ଫେରିବା ପରେ ଘରର ଟିଭି, ଲ୍ୟାପଟପ୍ , ବାସନକୁସନ, ଗ୍ୟାସ ଚୁଲା, ସିଲିଣ୍ଡର, ୫୦ ହଜାର ଟଙ୍କା, ସୁନା ଅଳଙ୍କାର ସହ ଘରର ବହୁ ସାମଗ୍ରୀ ଚୋରୀ ହୋଇଯାଇଥିଲା।
ପୋଲିସ ଏହାର ତଦନ୍ତ କରି ଚୌଦ୍ୱାରର ୫ ଜଣଙ୍କୁ ପୋଲିସ୍ ଗିରଫ କରିଛି | ସେମାନଙ୍କ ମଧ୍ୟରେ ୩ ଜଣ ଯୁବକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳକ ରହିଛନ୍ତି। ପୋଲିସ ସେମାନଙ୍କ ଠାରୁ ଏକ ହଳ ସୁନା କାନଫୁଲ, ଗୋଟିଏ ସୁନା ମୁଦି, ଗୋଟିଏ ଟିଭି, ଦୁଇଟି ଷ୍ଟାଣ୍ଡ ଫ୍ୟାନ, ଦୁଇଟି ଟେବୁଲ ଫ୍ୟାନ, ଏକ ଗ୍ୟାସ ଚୁଲା , ଦୁଇଟି ଗ୍ୟାସ ସିଲିଣ୍ଡର, ଏକ ଇଲେକ୍ଟ୍ରି ଆଇରନ, ବାସନକୁସନ, ୩ ହଜାର ଟଙ୍କା ସହ ଘରର ଅନ୍ୟ କିଛି ଆସବାପତ୍ର ଜବତ କରି ଘଟଣାର ତଦନ୍ତ ଜାରି ରଖିଛି |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0