spot_img

ଟାଙ୍ଗିଆ ଏବଂ ଭୁଜାଲି ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା

ସୋର:  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି ଘଟଣା ।ଟାଙ୍ଗିଆ ଏବଂ ଭୁଜାଲି ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ଘଟଣାସ୍ଥଳରେ ସିମୁଳିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁ ସୁଦାମ ଚରଣ ସାହୁଙ୍କର ଦୀର୍ଘଦିନ ଧରି ସାରଡାଙ୍ଗ ବଜାରରେ ଶମ୍ଭୁନାଥ ନାମକ ଏକ ଜୁଏଲାରୀ ଦୋକାନ ରହିଛି । ଶନିବାର ଦିନ ବିଳମ୍ବିତ ରାତିରେ ଦୋକାନ ବନ୍ଦ ଘରକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଅଳିପୁର ପାଇକାଳପୁର ରାସ୍ତାରେ ୪ଜଣରୁ ଅଧିକ ଦୁର୍ବୁ ସୁଦାମଙ୍କର ଗାଡିକୁ ଅଟକାଇ ଦେଇଥିଲେ । ଏହାପରେ ତାଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିବାକୁ ଲାଗିଥିଲେ ।

ତେବେ ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସୁଦାମ ଚିତ୍କାର କରିବା ଲାଗିଲେ, ଯାହାଫଳରେ କି ର୍ଦୁବୁର୍ତ୍ତମାନେ ଡ଼ିକି ଭାଙ୍ଗି ୨ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି । ଏନେଇ ସିମୁଳିଆ ଥାନାରେ ଅଭିଯୋଗ  କରାଯାଇଛି । ଯାହାପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସେହିପରି ଅନ୍ୟପଟେ ଦୁର୍ବୁତ୍ତଙ୍କ ଆକ୍ରମଣ ସୁଦାମଙ୍କ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular