ନିଦ କହିଲେ ଆମେ କେବଳ ଶାରୀରିକ ଓ ମାନସିକ ବିଶ୍ରାମକୁ ବୁଝିଥାଉ..କିନ୍ତୁ ଭଲ ନିଦ ସହ ସମଗ୍ର ଶରୀରର ସତେଜତା ଓ ସକ୍ରିୟତା ପାଇଁ ଜରୁରୀ..ଅଧିଂକାଶ ସମୟରେ ବିଭିନ୍ନ କାରଣରୁ ଆମର ନିଦରେ ବ୍ୟାଘତ ସୃଷ୍ଟି ହୁଏ ..ଆମେ ଚାହିଁବା ଅନୁସାରେ ଭଲ ନିଦ ହୁଏ ନାହିଁ । ଆଜିର ସମୟରେ ଅତ୍ୟଧିକ ଚିନ୍ତା,ଭବିଷ୍ୟତ ଭାବନା ଅବସାଦ ବଢିବାରେ ଲାଗିଛି । ଏହି ସବୁ ପ୍ରମୁଖ କାରଣ ହିଁ ମୁଖ୍ୟ ସମସ୍ୟା ହୋଇଥାଏ । ଏହାର ସୁକାବିଲା ପ୍ରଥମେ ଆପଣ ଖାଦ୍ୟ ପାନୀୟ ଓ ପବନ ଆମ ଶରୀର ପାଇଁ ପ୍ରମୁଖ ଆବଶ୍ୟକତା ହୋଇଥାଏ । ନିଦ ମଧ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଜୌବିକ ପ୍ରକ୍ରିୟା ।ଏହା ସମ୍ଫର୍ଣ୍ଣ ଭାବେ ସଠିକ ଟାଇମ ଉପରେ ନିର୍ଭର କରେ । ଏଥିସହ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ରୁ ୯ଘଣ୍ଟା ଶୋଇବା ଜରୁରୀ ଅଟେ । ଏଥିପାଇଁ ଆପଣ କେବଳ ଗ୍ରୀଷ୍ମରୁତକୁ ଛାଡିଦେଲେ ଦିନବେଳା ଶୁଅନ୍ତୁ ନାହିଁ (ଅସୁସ୍ଥ.,ବୟସ୍କଙ୍କ ପାଇଁ ଏହା କିଛି ଅସୁବିଧା ନଥାଏ । )ଦିନବେଳା ସକ୍ରିୟ ରହିବା ପ୍ରାଣାୟମ କରନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଅନ୍ତୁ । ବେଡରୁମକୁ ଶୀତଳ ରଖନ୍ତୁ ।ବିଛଣାକୁ ଯିବା ପୁର୍ବରୁ ପାଦରେ ଭଲ ରାଶି ତେଲ ମାଲିସ କରନ୍ତୁ । ଏଥିସହ ଉଷୁମ କ୍ଷାର ପିଅନ୍ତୁ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0