ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ଏ ଲଘୁଚାପଜନିତ ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ । ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ମହାନଦୀ ଉପରମୁଣ୍ଡରେ ବି ବର୍ଷା ପରିମାଣ ବଢିପାରେ । ବର୍ତ୍ତମାନର ଲଘୁଚାପ ବର୍ଷା ୨୧ ତାରିଖରୁ କମିଯିବ । ମାତ୍ର ପୁଣି ଏକ ଲଘୁଚାପ ଆସନ୍ତା ୨୩/୨୪ ତାରିଖ ବେଳକୁ ଆସୁଛି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶା ସମେତ ଛତିଶଗଡ ଓ ଝାଡଖଣ୍ଡରେ ପ୍ରବଳ ବର୍ଷା ହେବ । ସେତେବେଳକୁ ଉତ୍ତର ଓଡିଶାରେ ପ୍ରବାହିତ ପ୍ରାୟ ସମସ୍ତ ନଦୀରେ ବନ୍ୟା ଆଶଙ୍କା ରହିଛି । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ହେବ । ଯାହା ୨୫ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୨୪ ରୁ ୨୬ ଯାଏଁ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ମହାନଦୀ ଜଳସ୍ତର ବଢିବ । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀରେ ଆସିପାରେ ବନ୍ୟା । ତେଣୁ ବନ୍ୟା ଆଶଙ୍କା ଏଯାବତ୍ ଟଳିନାହିଁ ।
ପାଣିପାଗ ବିଭାଗ ସତର୍କ ସୂଚନା ଅନୁଯାୟୀ ଆଜି ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ବୌଦ୍ଧରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ । ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍ ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ୨୧ରୁ ବର୍ଷା କମିବ ଓଡ଼ିଶାରେ । ଲଗାଣ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫ, ଅଗ୍ନିଶମ ଓ ଏନଡିଆରଏଫ୍ ଟିମକୁ ମଧ୍ୟ ସଜାଗ ରଖାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0