ନୂଆଦିଲ୍ଲୀ : ତୈଳ ମାର୍କେଟିଙ୍ଗ କମ୍ପାନୀ ନୂଆ ବର୍ଷର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି କରିଛି । କମ୍ପାନୀଗୁଡିକ ଡିସେମ୍ବର ମାସରେ ରୋଷେଇ ଗ୍ୟାସ୍ ଅର୍ଥାତ୍ ଏଲପିଜି ସିଲିଣ୍ଡର ମୂଲ୍ୟ ଦୁଇ ଥର ବୃଦ୍ଧି କରି ୧୦୦ଟଙ୍କା ଦାମ୍ ବଢାଇଥିଲେ । ଫଳରେ ବିନା ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କାରୁ ୬୯୪କୁ ବୃଦ୍ଧି ପାଇଛି । ବିନା ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ବ୍ୟବସାୟିକ ସିଲିଣ୍ଡର ଦାମ ରେ ବୃଦ୍ଧି ଘଟିଛି । ଗତ ଏକ ମାସ ମଧ୍ୟରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୯୧ ଟଙ୍କା ବୃଦ୍ଧି ପାଇଛି । ନଭେମ୍ବର ମାସରେ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ୧୨୯୦ ଟଙ୍କାରେ ମିଳୁଛି । ଡିସେମ୍ବରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ୯୧ ଟଙ୍କା ବୃଦ୍ଧି ପାଇଛି । ସିଲିଣ୍ଡର ମୂଲ୍ୟ ୧୩୮୧.୫୦ ଟଙ୍କା ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭ ଟଙ୍କା ବୃଦ୍ଧି କରାଯାଇଛି । ମୂଲ୍ୟ ବୃଦ୍ଧି ଯୋଗୁଁ ୧୩୩୨ ଟଙ୍କା ଥିବା ସିଲିଣ୍ଡର ୧୩୪୯ ଟଙ୍କାରେ ମିଳିବ । ମୁମ୍ବାଇ ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୧୨୯୭.୫୦ ଏବଂ ୧୪୬୩.୫୦ ଟଙ୍କା ପହଞ୍ଚିଛି । ଏହି ଦୁଇଟି ସହରରେ ୧୭ଟଙ୍କା ବୃଦ୍ଧି କରାଯାଇଛି । ସରକାର ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ସହିତ ସବସିଡି ବନ୍ଦ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0