spot_img

ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦରରେ ନିଆଁ ଲଗାଇଥିବା ସରକାରୀ ତେଲ କମ୍ପାନି ପୁଣି ଏଲପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଗତ ୬ ଦିନ ହେଲା ବଢ଼ିଚାଲିଛି । ଏହାଦ୍ବାରା ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଟପିସାରିଛି। ଏହାସହିତ ଆଜି ପୁଣି ଏଲପିଜି ଦର ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular