ମା ଦକ୍ଷିଣ କାଳୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ । ଭାପୁର ବ୍ଳକ୍ ଅନ୍ତର୍ଗତ ମାଣିତ୍ରୀ ଓ ଗୁଡୁପଡ଼ା ଗ୍ରାମର ଅଧିଷ୍ଠାତ୍ରି ଗ୍ରାମ ଦେବି ମା ଦକ୍ଷିଣ କାଳୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମନ୍ଦିର ପରିସରରେ ସମସ୍ଥ ରୀତିନୀତି ସହ ମାଙ୍ଗଳିକ କାର୍ୟ୍ୟକ୍ରମ କରାଯାଇଥିଲା।ମାଣିତ୍ରୀ ଓ ଗୁଡୁପଡ଼ା ବାସୀଙ୍କ ପ୍ରତ୍ଵେକ୍ଷ ସାହାର୍ୟ୍ୟ ଓ ସହଯୋଗରେ ସମସ୍ତ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା।ଏଥି ସହ ମାନସିକ ଧାରୀ ମହିଳା ନଵ ବସ୍ତ୍ର ପରିଧାନ କରି କଳସ ଧରି ମନ୍ଦିର ପରିସର ସ୍ଥିତ ଯଜ୍ଞ ଦେବୀ ଙ୍କ ନିକଟରେ ପହଞ୍ଚି ପୂର୍ଣ କଳସୀ ଗୁଡିକୁ ସେଠାରେ ସ୍ଥାପନ କରିଥିଲେ।ଏବଂ ମାଣିତ୍ରୀ ଓ ଗୁଡୁପଡ଼ା ଗ୍ରାମର ୩ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ପରିଶେଷରେ କରବର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲୋକନାଥ ପଢିଆରୀ,ଭାପୁର ବ୍ଳକ୍ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୟାଧର ପରିଡା ଙ୍କ ସମେତ ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0