ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସଠାରେ ଥିବା ମାଡାମ୍ ତୁସାଦ ମ୍ୟୁଜିୟମକୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦିଲ୍ଲୀର ଏହି ମ୍ୟୁଜିୟମ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଥିଲା । ଖାତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ମହମରେ ନିର୍ମିତ ହୋଇଥିବା ପ୍ରତିମୂର୍ତ୍ତି ଦେଖିବା ଲାଗି ପର୍ଯ୍ୟଟକ ବେଶ ପସନ୍ଦ କରୁଥିଲେ । ମ୍ୟୁଜିୟମ ବନ୍ଦ କରିବା ଲାଗି ଘୋଷଣା କରିଛି । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏହାକୁ ମାର୍ଚ୍ଚ ୨୦୨୦ ଠାରୁ ବନ୍ଦ ରଖାଯାଇଥିଲା । ସମ୍ପା୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମର୍ଲିନ ଏଣ୍ଟରଟେନମେଣ୍ଟ ଇଣ୍ଡିଆର ମହାପ୍ରବନ୍ଧକ ତଥା ନିେଦେ୍ର୍ଦଶକ ଅଂଶୁଳ ଜୈନ ସୂଚନା ଦେଇଛନ୍ତି । ଭାରତରେ ମୁ୍ୟଜିୟମ ପାଇଁ ମର୍ଲିନ ଏଣ୍ଟରଟେମେଣ୍ଟ ଅନ୍ୟ ବିକଳ୍ପ ସନ୍ଧାନ କରୁଥିବା ସେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0