spot_img

ଆହତ ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ ଆହତ ହୋଇଛନ୍ତି । ତେବେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ରିଷ୍ଟରେ ଆଘାତ ଲାଗିଥିଲା । ଯାହାଫଳରେ ମ୍ୟାଚ ଅଧାରୁ ବ୍ୟାଟିଂ ଛାଡି ପ୍ୟାଭିଲିଅନକୁ ଫେରିଯାଇଥିଲେ ମହମ୍ମଦ ଶାମି । ଅନ୍ୟପଟେ ଶାମିଙ୍କ ଆହତ ସମସ୍ୟା ଫଳରେ ସେ ତାଙ୍କ ବାମ ହାତ ଉଠାଇ ପାରୁନଥିବାର ସୂଚନା ମିଳିଛି । ତେବେ ଆସନ୍ତା ଟେଷ୍ଟ ମ୍ୟାଚରେ ଶାମିଙ୍କ ଖେଳିବା ସମ୍ଭାବନା କମ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular