ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଶହରା ରାଲିରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଏବେ ଚର୍ଚ୍ଚାରେ । ଏହା ସହ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ନରେନ୍ଦ୍ର ମୋଦୀଙ୍କୁ ଅନେକ କଟାକ୍ଷ କରିଛନ୍ତି । ଉଦ୍ଧବ ଠାକରେଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ହେବା ଦିନଠୁ ରାଜ୍ୟ ସରକାର ଭାଙ୍ଗିଯିବ ବୋଲି କୁହାଯାଉଛି । ବିଜେପିର ନାମ ନନେଇ ଉଦ୍ଧବ ଚାଲେଞ୍ଜ ଦେଇ କହିଛନ୍ତି ଯଦି ଦମ ଅଛି ତେବେ ସରକାର ଭାଙ୍ଗି କି ଦେଖାଅ । ଏହା ସହ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ କହିଛନ୍ତି, ଆମ ହିନ୍ଦୁତ୍ୱକୁ ନେଇ ପ୍ରଶ୍ନ ଉଠାଯାଉଛି । କାରଣ ଆମେ ମନ୍ଦିର ଖୋଲୁ ନାହୁଁ । ଏପରିକି ବାଲା ସାହେବ ଠାକରେଙ୍କ ଠାରୁ ଆମ ହିନ୍ଦୁତ୍ୱ ଅଲଗା ବୋଲଇ କହିଛନ୍ତି । ହେଲେ ଆପଣଙ୍କ ହିନ୍ଦୁତ୍ୱ ଘଣ୍ଟି ଓ ବାସନ ବଜାଇବା ହିନ୍ଦୁତ୍ୱ, ଆମ ହିନ୍ଦୁତ୍ୱ ସେମିତି ନୁହେଁ ବୋଲି କହିଛନ୍ତି ଉଦ୍ଧବ ଠାକରେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0