ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ଏକ ଅଭିନବ ପଦକ୍ଷେପ ଦେଖିବା ପାଇଁ ମିଳିଛି । ଏଣିକି ଅପରାଧ ନକରି ମଧ୍ୟ ଜେଲ ଯାଇ ପାରିବେ ସାଧାରଣ ଲୋକେ । ସାଧାରଣ ଲୋକେ ଜେଲ ଯାଇ ସେଠାରେ ମିଳୁଥିବା ଖାଦ୍ୟର ମଧ୍ୟ ଆନନ୍ଦ ଉଠାଇ ପାରିବେ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ‘ଜେଲ ଟୁରିଜିମ’ର ନୂଆ ଯୋଜନା ଆରମ୍ଭ କରିଛନ୍ତି । ତେବେ ସାଧାରଣତନ୍ତ୍ର ଦିବସରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେର ୟରୱାଦା ଜେଲରେ ‘ଜେଲ ଟୁରିଜିମ’ର ଶୁଭାରମ୍ଭ କରିବେ । ତେବେ ଏହା ପ୍ରଥମେ ମହାରାଷ୍ଟ୍ରର ୟରୱାଦା ଜେଲରୁ ଆରମ୍ଭ କରାଯିବାର ସୂଚନା ମିଳିଛି ।




Visitors Today : 3
Total Visitors : 130169
Total Views : 9891615
Visitors Online Now : 0