ଚେନ୍ନାଇ : କୋର୍ଟର ବିଚାରପତି ମାନଙ୍କୁ ସମାଲୋଚନା କରି ଅନ୍ୟ ଜଣେ ବିଚାର ପତି ରିରଫ ହୋଇଛନ୍ତି ।
ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସିଏଏ କର୍ଣ୍ଣନ୍ ଭିଡିଓ ମାଧ୍ୟମରେ ଦେଶର ଅନ୍ୟ ବରିଷ୍ଟ ବିଚାରପତି ମାନଙ୍କୁ ସମାଲୋଚନା କରିବା ସହିତ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାର ପରିଣାମ ସ୍ୱରୁପ ଏବେ ଜଷ୍ଟିସ୍ ସିଏଏ କର୍ଣ୍ଣନ୍ ଗିରଫ ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଙ୍କୁ ଚେନ୍ନାଇ ସ୍ଥିତ ତାଙ୍କ ଅଭାଡି ବାସଭବନରୁ ଗିରଫ କରାଯାଇଛି । କୋଲକାତା ଓ ମାଡ୍ରାସରେ ହାଇକୋର୍ଟରେ ପୂର୍ବରୁ କାର୍ୟ୍ୟରତ ଥିବା ଏହି ବିଚାରପତିଙ୍କୁ ଆଜି ତାଙ୍କ ବାସଭବନରୁ କ୍ରାଇମ୍ବ୍ରାଞ୍ଚ ରିରଫ କରିଛି । ଅବସର ପରେ ସେ ଭିଡିଓ ଜାରି କରି ବିଚାରପତି ଓ କୋର୍ଟ ଷ୍ଟାଫଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରି ପୁଡୁଚେରୀ ବାର ଆସୋସିଏସନ ତାଙ୍କ ନାଁରେ ଅଭିଯୋଗ କରିଥିଲା । ଫଳରେ ତାଙ୍କ ନାଁରେ ୪ଟି ଦଫାରେ କେସ୍ ରୁଜୁ ହୋଇଥିଲା । ହେଲେ ସେ ଜଣେ ପୂର୍ବତନ ବିଚାରପତି ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହା ବିରୋଧରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରାଯାଇଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0