spot_img

ଦିଦିଙ୍କ ପାଇଁ ବିଧାନସଭା ପହଞ୍ଚିବାର ରାସ୍ତା ସଫା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ । ଏହା ସହ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଭବାନୀପୁର ଆସନ ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ । ସବୁଠାରୁ ବଡ଼କଥା ହେଲା ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେଲେ ଭବାନୀପୁର ଆସନରୁ ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ଏହାସହ କରୋନା ମହାମାରୀକୁ ନଜରରେ ରଖି ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ଅନ୍ୟ ୩୧ଟି ଆସନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ସାମ୍ବିଧାନିକ ଆବଶ୍ୟକତା ଓ ପଶ୍ଚିମବଙ୍ଗର ବିଶେଷ ଅନୁରୋଧକୁ ବିଚାର କରି ବିଧାନସଭା କ୍ଷେତ୍ର ୧୫୯- ଭବାନୀପୁରରେ ଉପନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ କରୋନା କାଳର ସମସ୍ତ ସତର୍କତା ଭିତରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ବନ୍ଦୋବସ୍ତ କରିଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular