କଲିକତା: ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ପୁଣି ଦେଲେ ଇସ୍ତଫା । ଦିନକୁ ଦିନ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଉଥିବା ମନ୍ତ୍ରୀ, ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମମତାଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।ଏହା ସହିତ ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି, ‘ପଶ୍ଚିମବଙ୍ଗବାସୀଙ୍କ ସେବା କରିବା ମୋ ପାଇଁ ଗର୍ବର ବିଷୟ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି’ । ଅନେକ ଦିନ ହେଲା ରାଜୀବ ବାନାର୍ଜୀ କ୍ୟାବିନେଟ୍ ବୈଠକରେ ଯୋଗଦେଉନଥିଲେ । ଯାହା ଦ୍ବାରା ସନ୍ଦେହ କରାଯାଉଥିଲା କି ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଏବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ସେ ଦଳର ସଦସ୍ୟପଦରୁ ଇସ୍ତଫା ଦେଇନାହାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0