ରାଜନଗର: ଭିତରକନିକା ଜାତୀୟଉଦ୍ୟାନରେ ଚଳିତବର୍ଷ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଶେଷହୋଇଛି । ଭିତରକନିକା ଜାତୀୟଉଦ୍ୟାନ ଓ ରାଜନଗର ବନଖଣ୍ଡରେ ସ୍ତନ୍ୟପାୟୀ ପ୍ରାଣୀଗଣନା ଗତମାସ ନଭେମ୍ବର ୨୩ତାରିଖ ରୁ ଆରମ୍ଭ ହୋଇ ୨୫ତାରିଖ ପର୍ୟ୍ୟନ୍ତ ଗଣନା କରାଯାଇଥିଲା । ତିନିଦିନ ଧରି ଚାଲିଥିବା ଏହି ଗଣନା ୫ଟି ରେଞ୍ଜର ୧୧ଟି ବିଟରେ ଗଣନା କରାଯାଇଥିଲା । ଚଳିତବର୍ଷ ୭୯୦୪ଟି ସ୍ତନ୍ୟପାୟୀ ପ୍ରାଣୀଗଣନା କରାଯାଇଥିବା ବେଳେ ଗତବର୍ଷ ୮୧୦୫ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଥିଲା । ଚଳିତବର୍ଷ ୨୦୧ଟି ସ୍ତନ୍ୟପାୟୀ ପ୍ରାଣୀ କମିଥିବା ସୂଚନା ମିଳିଛି `l ରାଜକନିକାକା,ରାଜନଗର,ଗହିରମଥା,ମହାକାଳପଡା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ଗଣନା ୩ଦିନ ଧରିଚାଲିଥିଲା । ବିଲୁଆ,ଓଧ,ନେଉଳ,ଚିତା ବିଲେଇ,ହରିଣ,ବାରର୍ହା, ପାତି ମାଙ୍କଡ,ଠେକୁଆ,ହେଟାବାଘ,କୋକିଶିଆଳୀ ପ୍ରଭୃତି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଗଣନା କରାଯାଇଛି ଏବଂ ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଚଳିତବର୍ଷ ହରିଣ ସଂଖ୍ୟା ବଢିଥିବା ବେଳେ ବାରର୍ହା ସଂଖ୍ୟା କମିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0