ଭଞ୍ଜନଗର : ଝିଆରୀର ତଣ୍ଟି କାଟି ଦେଲା ଦାଦା । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବଣପଲ୍ଲୀ ଗାଁରେ। ଘରୋଇ କଳିକୁ କେନ୍ଦ୍ର କରି ଏହି ଅମାନୁଷିକ କାଣ୍ଡ ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦାଦା ଛୁରୀରେ ନାବାଳିକା ଝିଆରୀକୁ ଆକ୍ରମଣ କରିଥିଲା। ତଣ୍ଟି ଓ ପେଟରେ ସେ ଛୁରାମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତି କରାଇଛନ୍ତି। ଘଟଣା ସ୍ଥଳରେ ବୁଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ଦାଦା ଧର୍ନୁଧର ନାୟକକୁ ଅଟକ ରଖି ପଚରା ଉଚରା କରୁଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0